Latest Odisha News

BREAKING NEWS

ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ ଆହତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ-ଡିଭିଜନ୍ ଅନ୍ତର୍ଗତ ଭାଲୁଡୁଙ୍ଗରୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ପ୍ରାୟ ୩୦ ଜଣ ଯାତ୍ରୀ ଗୁରୁବାର ସନ୍ଧ୍ୟାରେ ବିର୍ସାମୁଣ୍ଡା ନିକଟସ୍ଥ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ନିଜ ଗ୍ରାମକୁ ଫେରୁଥିବା ବେଳେ କୌଣସି କାରଣବଶତଃ ହଠାତ୍ ମିନି ଟ୍ରକର ଚକ ଫାଟି ଯିବାରୁ ଟ୍ରକ୍ଟି ଭାରସାମ୍ୟ ହରାଇ ଅଚାନକ ଓଲଟି ପଡ଼ିଥିଲା ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପାଖାପାଖି ୧୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଣାଇ ସ୍ଥିତ କମ୍ୟୁନିଟି ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.