Latest Odisha News

BREAKING NEWS

ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ, ଗୃହ ମୁଲତବୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆଜି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ମାତ୍ର କିଛି ସମୟ ଚାଲିଲା ପରେ ବିରୋଧି ଓ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକ ପ୍ରସ୍ତାବ ଆଗତ କରି ପୂର୍ବତନ ବିଧାୟକ ବଂଶୀଧର ସାହୁ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ, ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ ଓ ବ୍ରଜମୋହନ ବେହେରାଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

ଏହି ପ୍ରସ୍ତାବକୁ ସମର୍ଥନ କରି ଅନ୍ୟ ସଦସ୍ୟମାନେ ମଧ୍ୟ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟ କିଛି ସମୟ ଚାଲିଲା ପରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ରଖିଛନ୍ତି ।

Leave A Reply

Your email address will not be published.