Latest Odisha News

BREAKING NEWS

ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆତଙ୍କ, ସୁନ୍ଦରଗଡରୁ ଚିହ୍ନଟ ହେଲେ ପୁଣି ୧୩ ଆକ୍ରାନ୍ତ

ସୁନ୍ଦରଗଡ: ଡେଙ୍ଗୁ ପରେ ପରେ ଏବେ ରାଜ୍ୟ ପାଇଁ ସ୍କ୍ରବ୍ ଟାଇଫସ୍ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା । ଯାହା ସ୍ଵାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜାଇଦେଇଛି । ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ସ୍କ୍ରବ ଟାଇଫସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୬୩କୁ ବୃଦ୍ଧି ପାଇଛି ।

ଗତ କିଛି ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ଗତକାଲି ୬୯ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ସେଥିମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ତେବେ ଏହି ରୋଗରୁ ଲୋକଙ୍କୁ କିପରି ରକ୍ଷାକରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଡାକବାଜି ଓ ପାଲା ମାଧ୍ୟମରେ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ମେଡିକାଲ ଓ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.