Latest Odisha News

BREAKING NEWS

ଏସୀୟ କ୍ରୀଡା: ୫ମ ଦିନରେ ୬ଷ୍ଠ ସ୍ୱର୍ଣ୍ଣ ହାତେଇଲା ଭାରତ

ହାଙ୍ଗଝୌ : ଭାରତକୁ ମିଳିଲା ୬ଷ୍ଠ ସ୍ବର୍ଣ୍ଣ  । ହାଙ୍ଗଝୌ ଏସୀୟ କ୍ରୀଡାର ୫ମ ଦିନରେ ଭାରତ ହାତେଇଛି ୬ଷ୍ଠ ସ୍ବର୍ଣ୍ଣ ପଦକ। ୬ଷ୍ଠ ପଦକ ଦେଇଛନ୍ତି ଅର୍ଜୁନ ଚିମା, ସର୍ବୋଜିତ ସିଂହ ଏବଂ ଶିବ ନରୱାଲା । ୧୦ ମିଟର ଏହାର ପିସ୍ତଲରେ ଏହି ପଦକ ହାତେଇଛନ୍ତି ୩ ଖେଳାଳି । ଏହାକୁ ମିଶାଇ ଭାରତର ପଦକ ସଂଖା ୨୪ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ଭାରତ ଖାତାରେ ପଡିଛି ୬ଟି ସ୍ୱର୍ଣ୍ଣ, ୮ଟି ସିଲଭରଏବଂ ୧୦ଟି ବ୍ରୋଞ୍ଚ ପଦକ । ଏଥିସହିତ ଭାରତୀୟ ବୁଶୁ ଖେଳାଳୀ ରୋଶିବିନା ଦେବୀ  ଭିଏତନାମର ୬୦ କିଗ୍ରା ମହିଳା ଇଭେଣ୍ଟରେ ଚୀନଠାରୁ ହାରି ଯାଇଛନ୍ତି । ସେ କି ଥି ଥୁ ଏନଗୁଏନଙ୍କୁ ୨-୦ରେ ହରାଇ ୬୦ କିଗ୍ରାର ଫାଇନାଲରେ ପ୍ରବେଶ କରିଥିଲେ । ଫଳରେ ରୋଶିବିନାଙ୍କ ସିଲଭର ପଦକ ହାତେଇଥିବାବେଳେ ଚୀନ ଖାତାକୁ ଯାଇଛି ସ୍ୱର୍ଣ୍ଣ । କହିବାକୁ ଗଲେ ଭାରତ ବୁଶୁରେ କେବେ ମେଡଲ ଜିତି ନ ଥିଲା । ରୋଶବିନା ଦେବୀଙ୍କ ହାତରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ଥିଲା । ହେଲେ ଅଳ୍ପକେ ହାତରୁ ଖସି ଯାଇଥିଲା ।

ଏହା ପୂର୍ବରୁ ମହିଳା ସୁଟିଂ ସ୍ବର୍ଣ୍ଣ ଜିତିଥିଲେ ସୁଟର ସିପ୍ତ କୌର ସାମ୍ରା  । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ଏହି ସଫଳତା ପାଇଥିଲେ

Leave A Reply

Your email address will not be published.