Latest Odisha News

BREAKING NEWS

କଟକ ଜିଲ୍ଲାରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଥିବା  ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏଥିସହିତ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୪୪ରେ ପହଞ୍ଚିଛି। ଏଯାଏଁ ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Leave A Reply

Your email address will not be published.