Latest Odisha News

BREAKING NEWS

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ ନାହିଁ । ତେବେ ଏହି ବସ୍ ରେ କେବଳ ରେଳ ଏବଂ ବିମାନରେ ଫେରୁଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ । ଏନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ସେହିପରି ସଟଡାଉନ୍ ବେଳେ ଅଟୋ ଏବଂ ରିକ୍ସା ସେବା ମଧ୍ୟ ଜାରି ରହିବ । ତେବେ ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀ ସାଧାରଣ ଯାତ୍ରା କରିପାରିବେ ନାହିଁ । କେବଳ ବିମାନ ଓ ରେଳରେ ଫେରୁଥିବା ଯାତ୍ରୀଙ୍କ ପାଇଁ ଅଟୋ ଓ ଟ୍ୟାକ୍ସି ସେବା ଉପଲବ୍ଧ ରହିବ ବୋଲି ଏସ୍ଆର୍ସି ନିଦେ୍ର୍ଧଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.