ଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଭେଲଦୁର୍ତ୍ତି ମଣ୍ଡଳ ନିକଟସ୍ଥ ମଦରପୁର ଗାଁ ନିକଟରେ ଟ୍ରକ ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
BREAKING NEWS
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
Comments are closed.