Latest Odisha News

BREAKING NEWS

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଆଗକୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ରହିଛି । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ତାମିଲନାଡ଼ୁ ଗସ୍ତ କରିଛନ୍ତି । ତା’ଛଡ଼ା ତାମିଲନାଡ଼ୁରେ କ୍ଷମତାରେ ଥିବା AIADMK ସହ ବିଜେପି ମେଣ୍ଟ କରିଛି । ଫଳରେ ଦଳ ସେଠାରେ କିଛି ନୂଆ ସମ୍ଭାବନା ସୃଷ୍ଟି ହେବା ଆଶାରେ ରହିଛି ।

ଏହା ପୂର୍ବରୁ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପରିପ୍ରେକ୍ଷୀରେ ତାମିଲନାଡ଼ୁ ଗସ୍ତ କରିଛନ୍ତି । ଅମିତ ଶାହଙ୍କୁ ଚେନ୍ନାଇ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଯେଉଁଠି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ନେତୃତ୍ୱରେ ବିଜେପି ମେଣ୍ଟ ତାମିଲନାଡ଼ୁରେ ସରକାର ଗଠନ କରିବ ବୋଲି ଶାହ କହିଥିଲେ ।

Leave A Reply

Your email address will not be published.