Latest Odisha News

BREAKING NEWS

ଇରାକରେ ଆଇଏସଆଇଏସ ଆତଙ୍କବାଦୀ ଗୁଳିରେ ନିହତ ହେଲେ ୧୩ ପୋଲିସକର୍ମୀ

କିରଫୁକ: ଇରାକର କିରଫୁକ ସହରରେ ଆଜି ନାରକୀୟ କାଣ୍ଡ ଘଟାଇଛନ୍ତି ଆଇଏସଆଇଏସ ଆତଙ୍କବାଦୀ । ଏଠାରେ ଥିବା ଏକ ଚେକପଂଏଟରେ ସେମାନେ ମନଇଚ୍ଛା ଗୁଳି ଚାଳନା କରିବା ଫଳରେ ୧୩ ପୋଲିସ କର୍ମୀ ନିହତ ହେବା ସହ ଅନେକ ପୋଲିସକର୍ମୀ ଓ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏବେ କିଛି ଦିନ ହେବ ଆଇଏସଆଇଏସ ପୋଲିସ ଓ ସେନାଙ୍କୁ ଟାର୍ଗେଟ କରୁଛି ବୋଲି ଜଣେ ପ୍ରମୁଖ ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଇରାକରେ ଏହା ସବୁଠାରୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଭାବେ ବିବେଚନା କରାଯାଉଛି ।

ଆଫଗାନିସ୍ତାନ ତାଲିବାନ ଅଧିକାରକୁ ଯିବା ପରେ ଆତଙ୍କବାଦୀଙ୍କ ମନୋବଳ ବଢ଼ିଛି । ଫଳରେ ଇରାକ ଏବଂ ସିରିୟା ପରି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

Comments are closed.