କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ଏକ ଛାତ୍ରୀନିବାସରେ ଡାଇରିଆ ଆତଙ୍କ। ଏଠାରେ ହଠାତ୍ ୧୩ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ଛାତ୍ରୀମାନେ କୁନ୍ଦୁରା ବ୍ଳକ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିବା ସୂଚନା ରହିଛି।
ସୂଚନା ଅନୁସାରେ ଏମାନେ ସମସ୍ତେ ଛାତ୍ରୀ ନିବାସରେ ରହି ପାଠ ପଢୁଛନ୍ତି। ତେବେ ହଠାତ୍ ଛାତ୍ରୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ତଳେ ମଧ୍ୟ ଏହି ବିଦ୍ୟାଳୟରେ ୯ ଜଣ ଛାତ୍ରୀ ଏପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଛାତ୍ରୀଙ୍କ ଅଭିଭାବକ ମେଡିକାଲରେ ପହଞ୍ଚିଛନ୍ତି।
Comments are closed.