Latest Odisha News

BREAKING NEWS

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୭% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରୁ ଆଉ ୧୩ ଶହ ୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେମାନେ ହସ୍ପିଟାଲରୁ ଡିସଚାର୍ଡ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୮, ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୯୭, ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ଝାରସୁଗୁଡ଼ାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, କେନ୍ଦ୍ରାପଡ଼ାରୁ ୫୩ ଓ କେନ୍ଦୁଝର ଜିଲ୍ଲାର ୫୦ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ବାକି ଜିଲ୍ଲାରୁ ସୁସ୍ଥ ସଂଖ୍ୟା ୫୦ ଭିତରେ ରହିଛି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୩ ଲକ୍ଷ ୧ ହଜାର ୭୭୭ ସଂକ୍ରମିତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୭ ପ୍ରତିଶତ । ରାଜ୍ୟରେ ଏବେ ୭ ହଜାର ୫୧୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.