Latest Odisha News

BREAKING NEWS

ବଟି ମାଗି ପୁଣି ଦୁଇ ନକଲି ସାମ୍ବାଦିକ ଗିରଫ !

ସମ୍ବଲପୁର: ପୁଣି ସାମ୍ବାଦିକତାକୁ କଳଙ୍କିତ କରିଛନ୍ତି ଦୁଇ ନକଲି ସାମ୍ବାଦିକ । ବେଆଇନ ବଟି ମାଗି ଗିରଫ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ସମ୍ବଲପୁର ଜିଲ୍ଲା ବୁର୍ଲାରେ ସାମ୍ନାକୁ ଆସିଛି ଏପରି ଲଜ୍ଜାକର ଘଟଣା ।

ରିପୋର୍ଟ ଅନୁଯାୟୀ ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ସାମ୍ବାଦିକଙ୍କୁ ବୁର୍ଲା ପୋଲିସ ଗିରଫ କରିଛି । ଗିରଫ ୨ ଅଭଯୁକ୍ତଙ୍କ ପରିଚୟ ହେଉଛି ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ଆନନ୍ଦ ଷଣ୍ଢ ଓ ହୀରାକୁଦ ଖ୍ରୀଷ୍ଟିଆନ୍ ପଡାର ଫିଲିପ୍ କୁମାର ।

ଅଭିଯୋଗକାରୀ ବିରେନ୍ଦ୍ରଙ୍କ ନାଁରେ ପୂର୍ବରୁ ବୁର୍ଲା ଥାନାରେ ଏକ ମାମଲା ରହିଛି । ସେହି ମାମଲାରୁ ତାଙ୍କୁ ବଂଚାଇବା ପାଇଁ ଦୁଇ ଅଭିଯୁକ୍ତ ୫୦ ହଜାର ଟଙ୍କା ଦାବି କରିଥିଲେ । ତେବେ ବୀରେନ୍ଦ୍ର ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ସହ ଥାନାରେ ଏହି ମାମଲାକୁ ନେଇ ବୁଝାମଣା ହୋଇଥିବା କହିଥିଲେ ।

ଏଥିରେ ସନ୍ତୁଷ୍ଟ ନହୋଇ ୨ ନକଲି ସାମ୍ବାଦିକ ଥାନାରେ ବଡବଡ ଅଧିକାରୀଙ୍କ ସହ ତାଙ୍କର ଭଲ ସଂପର୍କ ଥିବା କହିଥିଲେ । ଏହା ସହ ଟଙ୍କା ନଦେଲେ ବୀରେନ୍ଦ୍ରଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହି ମାମଲାକୁ ନେଇ ବିରେନ୍ଦ୍ର ପୋଲିସଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.