Latest Odisha News

BREAKING NEWS

ଓଡ଼ିଶା ଲକଡାଉନ୍: ଆଜିଠୁ ୧୪ ଦିନ ଗାଁଠୁ ସହର ଶୂନଶାନ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ଓଡ଼ିଶାରେ ଲକଡାଉନ୍ । ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ । ଗାଁଠୁ ସହର ଶୂନଶାନ । ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ନହେଲେ ଘରୁ ଗୋଡ଼ କାଢ଼ିବା ମନା । ରାସ୍ତାଘାଟ ଶୂନଶାନ । କୋଳାଙଳର ସହର ଶୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ଚେକିଂ ଚଳାଇଛି ପୋଲିସ । ଅମାନିଆଙ୍କୁ ସାବାଡ଼ କରାଯାଉଛି । ବିଭିନ୍ନ ସ୍ଥାନରେ ପୋଲିସ ନାକାବନ୍ଦୀ କରିଛି । ପାଟ୍ରୋଲିଂକୁ ବି କଡ଼ାକଡ଼ି କରାଯାଇଛି । ତେବେ ଲକଡାଉନ୍ ବେଳେ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ ପାଇଂ ଲୋକ ଯାଆସ କରିପାରିବେ ।

ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ସବୁ ଦିନ ସକାଳ ୬ଟାରୁ ୧୨ଟା ଯାଏ ଅନୁମତି ରହିଛି । ତେବେ ଗାଡ଼ିମୋଟର ନୁହେଁ, ଚାଲି ଚାଲି ଘର ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକ । ଏହି ସମୟରେ ତେଜରାତି, ପନିପରିବା, ଆମିଷ, କ୍ଷୀର ଆଦି ଦୋକାନ ଖୋଲା ରହିବ । ଆଉ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ।

କୌଣସି କାମ ନଥାଇ ଅଯଥାରେ ବାହାରେ ବୁଲିଲେ ଧରିବ ପୋଲିସ । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକଡାଉନ୍ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ଓ ପ୍ରଶାସନ ଲୋକଙ୍କୁ ଅପିଲ କରିଛି ।

Leave A Reply

Your email address will not be published.