ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ ସାଙ୍ଗକୁ ପାଣିପବନ ପ୍ରଦୂଷିତ ହୋଇ ପ୍ରଭାବିତ ହେଉଛନ୍ତି ଜୀବ । ଯେମିତି ଲେବାନନ୍ର ଲିତାନୀ ନଦୀ କୂଳରେ କ୍ୱାରାନ୍ ହ୍ରଦ । ମାଛ ମାନଙ୍କ ପାଇଁ ପାଣି ପାଲଟିଛି ବିଷ । ଯେଉଁ ହ୍ରଦ କୂଳରେ ମରିପଡିଛନ୍ତି ଟନ୍ ଟନ୍ ମାଛ । କହିବାକୁ ଗଲେ ପ୍ର୍ରାୟ ୂ୪୦ଟନ୍ ମାଛ ସବୁ ମରିଥିବାର ଦେଖିବାକୁ ମିଳିଥିଲା । ହ୍ରଦ କୂଳରେ ମାଛ ସବୁ ମରିପଡିଥିବାର ଦୃଶ୍ୟ ଆଗରୁ କେବେହେଲେ ଏହିଭଳି ଦୃଶ୍ୟ ଦେଖିବାକୁ ିମଳିନଥିବା କୁହନ୍ତି ସ୍ଥାନୀୟ ଲୋକେ ଆଉ ମତ୍ସ୍ୟଜୀବୀ ମାନେ । ତେବେ ୨୦୧୮ରେ ଏମିତି କିଛି ଘଟଣା ଘଟିଥିଲା ଲେବାନନ୍ ସରକାର ଏହି ହ୍ରଦରୁ ମାଛ ଖାଇବାର ବାରଣ କରିଥିଲେ । ମାଛ ଖାଇବା ଆଦୌ ସୁରକ୍ଷିତ ନୁହୈଁ ବୋଲି କହିଥିଲେ । ଏବେ ପୁଣି ଟନ୍ ଟନ୍ ମାଛ ମରିପଡିଛନ୍ତି । ପାଣି ବିଷାକ୍ତ ହୋଇଯିବାରୁ ମାଛ ସବୁ ମରିଯାଉଛନ୍ତି ନା ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର


Comments are closed.