Latest Odisha News

ବଢିଲା ସଙ୍ଗରୋଧର ଅବଧି, ଏଣିକି ୧୪ ନୁହେଁ ୨୮ ଦିନ

ଭୁବନେଶ୍ୱର : ରାଜ୍ୟ ସରକାର ସଙ୍ଗରୋଧର ଅବଧିକୁ ବୃଦ୍ଧି କରିଛନ୍ତି । ଏଣିକି ୧୪ ନୁହେଁ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବା ପାଇଁ ପଡିବ । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ଓ ପରେ ଘରେ ୭ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ ବାଗଚୀ ।

ସରକାରୀ ସଙ୍ଗରୋଧ କେନ୍ଦ୍ରର ଆଖପାଖରେ ୧୪୪ ଧାରା ଲାଗୁ ହେବ । ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ରହିବ । ସିସିଟିଭି କ୍ୟାମେରା ଜରିଆରେ ସମସ୍ତଙ୍କ ଗତିବିଧି ଉପରେ ନଜର ରହିବ । ଏଥି ସହ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବାଗ୍‌ଚୀ କହିଛନ୍ତି ।

କ୍ୱାରେଣ୍ଟାଇନ ପିରିୟଡ ଭିତରେ ମଜୁରୀ କରିବାର ସୁଯୋଗ ମିଳିବ । ସରକାରୀ କେନ୍ଦ୍ରରେ ରହିବା ବେଳେ ୧୦ ଦିନ ପାଇଁ କାମ ମିଳିବ । ଦିନକୁ ୧୫୦ ଟଙ୍କା ହିସାବରେ ମଜୁରୀ ଦିଆଯିବ । ସରକାର ଘୋଷଣା କରିଥିବା ଦୁଇ ହଜାର ଟଙ୍କା ସହ ପ୍ରତିଦିନର ମଜୁରୀକୁ ମିଶାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.