Latest Odisha News

ବାଦୁଡିଠାରୁ କରୋନା ବ୍ୟାପିଛି, ବିଲେଇ ପ୍ରଜାତିଙ୍କୁ ବିପଦ ରହିଛି: ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କରୋନା ଭାଇରସ ବାଦୁଡିଙ୍କଠାରୁ ବ୍ୟାପିଛି ବୋଲି ଶୁକ୍ରବାର ସ୍ପଷ୍ଟ କରିଛି । ମଣିଷ ବ୍ୟତୀତ ବିଲେଇ ପ୍ରଜାତିଙ୍କୁ ଏହା ସଂକ୍ରମିତ କରିବା ଆଶଙ୍କା ରହିଛି । ତେବେ ବାଦୁଡିଙ୍କଠାରୁ ଏହା କିପରି ମନୁଷ୍ୟଙ୍କୁ ବ୍ୟାପିଲା ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ଡବ୍ଲ୍ୟୁଏଚଓ ଶିଶୁରୋଗ ବିଶେଷଜ୍ଞ ପିଟର ୱେନ କହିଛନ୍ତି ।

ଚୀନରେ ସମ୍ପୂର୍ଣ୍ଣ ଘଟଣାକୁ ମୂଳରୁ ଅନୁଧ୍ୟାନ କରାଯିବ ବୋଲି ଡବ୍ଲ୍ୟୁଏଚଓ ମହାମାରୀ ବିଶେଷଜ୍ଞ ମାରିୟା ୱେନ କହିଛନ୍ତି । ବାଦୁଡି ଅନେକ ଭାଇରସର ବାହକ । ପୂର୍ବରୁ ଏହା ମାଧ୍ୟମରେ ପଶୁଙ୍କୁ ଓ ପରେ ମନୁଷ୍ୟ ଶରୀରକୁ ଆସିଛି ବୋଲି ସେ କହିଛନ୍ତି । ସାର୍ସ, ଇବୋଲା, ର‌୍ୟାବିଜ ପରି ରୋଗର କାରଣ ମଧ୍ୟ ବାଦୁଡି ବୋଲି ମାରିୟା କହିଛନ୍ତି ।

Leave A Reply

Your email address will not be published.