Latest Odisha News

BREAKING NEWS

ଭାଙ୍ଗୁଛି ମାଓଗଡ଼: ପୁଣି ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ଗତ କିଛି ଦିନ ହେବ ଲଗାତାର ଆତ୍ମସମର୍ପଣ କରୁଛନ୍ତି ନକ୍ସଲ। ଦୁର୍ବଳ ହୋଇପଡିଲାଣି ଲାଲବାହିନୀ। ଏବେ ପୁଣି ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି କତୋଗୁଡ଼ମ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସେମାନଙ୍କ ମଧ୍ୟରେ ୨ ଜଣ ଏସିଏମ କ୍ୟାଡର, ୪ଜଣ ପାର୍ଟି ମେମ୍ବର ରହିଛନ୍ତି। ମାଓ ସଂଗଠନରେ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ନିରୀହ ଲୋକଙ୍କୁ ହତ୍ୟା କରୁଥିବା ସହ ମହିଳା ମାନଙ୍କୁ ଅତ୍ୟାଚାର କରାଯାଉଥିବାରୁ ମାଓ ସଂଗଠନ ଛାଡିଥିବା ସରେଣ୍ଡର ମାଓବାଦୀ କହିଛନ୍ତି।

ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇଦିଆଯିବ ବୋଲି କହିଛନ୍ତି ଭଦ୍ରାଦି କତୋଗୁଡ଼ମ ଏସପି।

Comments are closed.