Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା: ବସ ପାହାଡ଼ ଖାତରେ ଖସି ୧୪ ମୃତ, ୧୮ ଆହତ

ଋଷିକେଶ : ଉତ୍ତରାଖଣ୍ଡର ସୂର୍ଯ୍ୟଧାମ ନିକଟରେ ଗୁରୁବାର ସକାଳେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଯାତ୍ରୀ ମୃତ ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏକ ଉତ୍ତରାଖଣ୍ଡ ଟ୍ରାନପୋର୍ଟ କର୍ପୋରେସନ ବସ ଉତ୍ତତରକାଶୀରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯିବା ବେଳେ ଋଷିକେଶ-ଗଙ୍ଗୋତ୍ରୀ ରାଜପଥର ସୂର୍ଯ୍ୟଧାମ ନିକଟରେ ଥିବା ଏକ ପାହାଡ଼ି ଘାଟିରୁ ବସଟି ଏକ ଖାତ ମଧ୍ୟକୁ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା । ଘଟଣାସ୍ଥଳରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ୧୮ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ଖବରପାଇ ଉତ୍ତରାଖଣ୍ଡ ସରକାରଙ୍କ ଏକ ହେଲିକପ୍ଟର ଆହତ ବ୍ୟକ୍ତିମାନଙ୍କୁ ଋଷିକେଶର ଏଆଇଆଇଏମଏସ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

ଉତ୍ତରାଖଣ୍ଡ ସରକାର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତଥା ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.