Latest Odisha News

BREAKING NEWS

ହୋଟେଲରେ ଅଗ୍ନିକାଣ୍ଡ ୧୪ ମୃତ, ଏକାଧିକ ଗୁରୁତର

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ଏକ ହୋଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ରହିଛି । ଅନେକ ଲୋକ ହୋଟେଲ୍‌ ଭିତରେ ଫସିଥିବା ଆଶଙ୍କା ଥିବାବେଳେ ଘଟଣାସ୍ଥଳରେ ରେସ୍‌କ୍ୟୁ ଅପରେସନ୍ ଜାରି ରହିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି ।

ଖବର ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାର ବାରା ବଜାର ଅଞ୍ଚଳର ମାଛୁଆ ଫାଲ ମଣ୍ଡି ନିକଟରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ।

ଘଟଣାସ୍ଥଳରେ କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ କିପରି ଲାଗିଲା ତାହା ଜଣାପଡିନଥିବା ବେଳେ କାରଣ ଯାଣିବାକୁ ଅଧିକ ତଦନ୍ତ ଚାଲିଛି । ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି ।

Comments are closed.