Latest Odisha News

BREAKING NEWS

ବିଶାଖାପାଟନମରେ ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ବଡ଼ ଅଘଟଣ । ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଚନ୍ଦନ ଉତ୍ସବ ଚାଲିଥିବା ବେଳେ ଭୁଷୁଡି ପଡିଲା କାନ୍ଥ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡକାଲରେ ଭର୍ତ୍ତି କରାଯାଇଛି ।

୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁସୁଡିଲା ତାହା ଜଣାପଡି ନାହିଁ । ଆଗକୁ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ଏହି ସମ୍ପର୍କରେ କଲେକ୍ଟର ହରେନ୍ଦ୍ର ପ୍ରସାଦ କହିଛନ୍ତି ଯେ, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ବିପର୍ଯ୍ୟୟ ଏବଂ ଗୃହମନ୍ତ୍ରୀ ବଙ୍ଗଲାପୁଡି ଅନିତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Comments are closed.