Latest Odisha News

BREAKING NEWS

ହଷ୍ଟେଲରେ ଲାଗିଲା ଭୟଙ୍କର ନିଆଁ, ୧୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଇରାକର ଏରବିଲ୍‌ ସ୍ଥିତ ଏଜ ୟୁନିଭରସିଟିର ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ୧୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ଉତ୍ତର ଇରାକର ସୋରାନରେ ଏକ ବଡ ଦୁର୍ଘଟଣା ଘଟିଛି । ସୋରାନ ବିଶ୍ଵବିଦ୍ୟାଳୟର ହଷ୍ଟେଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡରେ ୧୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮.୧୫ରେ ଏହି ଦୁର୍ଘଟଣା ଘଟିଛି । ସ୍ନାନୀୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ କହିଛନ୍ତି ଯେ, ଏହି ଘଟଣା ଏରବିଲର ସୋରାନ ସହରରେ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣାରେ ଆହତ ୧୮ ଜଣ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଶ୍ଵବିଦ୍ୟାଳୟରେ ଏହିପରି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଦୁର୍ଘଟଣାରେ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ଅନେକ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି ।

ପ୍ରାଥମିକ ତଦନ୍ତରେ ଅଗ୍ନିକାଣ୍ଡ ସର୍ଟସର୍କିଟ କାରଣରୁ ହୋଇଥିବା କୁହାଯାଉଛି । ଏନେଇ ଇରାକ ପ୍ରଧାନମନ୍ତ୍ରୀ ମାସରୁର ବାରଜାନି କହିଛନ୍ତି ଯେ, ଏନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଅତ୍ୟନ୍ତ ଦୁଃଖରସହ କାଲେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଏହି ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ । ସମସ୍ତ ପୀଡିତାଙ୍କ ପରିବା ପ୍ରତି ମୋର ସମବେଦନା ଜ୍ଞାପନା କରୁଛି ।

Leave A Reply

Your email address will not be published.