Latest Odisha News

BREAKING NEWS

ହୋଟେଲରେ ମହଙ୍ଗା ହେଲା ଥାଳି

ନୂଆଦିଲ୍ଲୀ: ଦାଉ ସାଧିଛି ଅଦିନିଆ ବର୍ଷା । ଘରଦ୍ବାର , ଚାଷ ଜମି ସବୁ କିଛି କୁ ଉଡାଡି ଦେଇଛି  । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଅଦିନିଆ ବର୍ଷା ହେତୁ ମହଙ୍ଗା ମାଡ଼ ସିଧାସଳଖ ହୋଟେଲ ଥାଳି ଉପରେ ମଧ୍ୟ ପଡ଼ିଛି। ସାଧାରଣତଃ ହୋଟେଲ ଗଲେ ଅଧିକାଂଶ ଲୋକ ଥାଳି ଖାଇବାକୁ ପସନ୍ଦ କରନ୍ତି । କାରଣ ଥାଳିର ମୂଲ୍ୟ ଟିକିଏ କମ୍ ଥାଏ  । ଏବଂ ଏଥିରେ କମ୍ ମୂଲ୍ୟରେ ଆମେ ଅଧିକ ଆଇଟମ୍ ମଧ୍ୟ ପାଇଥାଉ  ।  କିନ୍ତୁ ଉଭୟ ଆମିଷ ଓ ନିରାମିଷ ଥାଳିର ମୂଲ୍ୟ ବୃଦ୍ଧି ପାଇଛି ।

CRISIL ରିପୋର୍ଟରେ ଦର୍ଶାଯାଇଛି ଯେ ନଭେମ୍ବରରେ ପର୍ବପର୍ବାଣି ଏବଂ ବଜାରରେ ପିଆଜ ଓ ଟମାଟୋ ଯୋଗାଣ କମ୍ ଥିବାରୁ ଏହାର ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଯାହାକି ଜଣେ ସାଧାରଣ ଲୋକ ନିହାତି ବାଧିବ  । ନିରାମିଷ ଥାଳି ୫ ପ୍ରତିଶତ ମହଙ୍ଗା ହୋଇଛି। ପିଆଜ ଏବଂ ଟମାଟୋର ମୂଲ୍ୟ ଏହା ଉପରେ ସର୍ବାଧିକ ପ୍ରଭାବ ପକାଇଛି । ଏହାର ମୂଲ୍ୟ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ଖରିଫ ଋତୁରେ ଅଦିନିଆ ବର୍ଷା ହେତୁ ଉତ୍ପାଦନ ହ୍ରାସ ପାଇଛି।

ଆମିଷ ଥାଳି ମୂଲ୍ୟର ୫୦ ପ୍ରତିଶତ ହିସାବରେ ଚିକେନ୍ କିମ୍ବା ମଟନ୍ ର ବଜାର ମୂଲ୍ୟ ୧ ରୁ ୩ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ପିଆଜ ଏବଂ ଟମାଟୋର ମୂଲ୍ୟରେ ବୃଦ୍ଧି ହେତୁ ଆମିଷ ଥାଳି ମଧ୍ୟ ଶସ୍ତା ହେବା ପରିବର୍ତ୍ତେ ଟିକେ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ପିଆଜ ଉତ୍ପାଦନ କରୁଥିବା ମହାରାଷ୍ଟ୍ରରେ ବର୍ଷା ହେତୁ ଖରିଫ ଫସଲ ବିପଦରେ ରହିଛି।  ନାଶିକ୍, ଅହମ୍ମଦନଗର, ଧୁଲେ, ଜାଲଗାଓଁ ଏବଂ ପୁଣେରେ ଅଧିକ  ପିଆଜ ଉତ୍ପାଦିତ ହୁଏ। କିନ୍ତୁ ଅଦିନିଆ ବର୍ଷା ହେତୁ ପ୍ରାୟ ୩୦ ରୁ ୩୫ ପ୍ରତିଶତ ପିଆଜ ଫସଲ ଜଳ ଦ୍ୱାରା ପ୍ରଭାବିତ ହୋଇଛି । ଏଥିରୁ ୫ରୁ ୧୦ ପ୍ରତିଶତ ଫସଲ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.