Latest Odisha News

BREAKING NEWS

କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର: କଣ ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ଯଦି ହଁ ତେବେ ଏହି ଖବର ଶୁଣି ଆପଣ ନିଶ୍ଚୟ ଚିନ୍ତାରେ ପଡିଯିବେ । ଯଦି ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଇବାରେ ଅଭ୍ୟସ୍ତ ତେବେ ଭୟଙ୍କର ରୋଗର ଶିକାର ହୋଇପାରନ୍ତି ଆପଣ । ଯାହା ବିଷୟରେ ବୋଧ ହୁଏ ଆପଣ କେବେ ଭାବି ବି ନଥିବେ । ଅଧିକ କୋଲ୍ଡଡ୍ରିଙ୍କ୍ସ ପିଇଲେ ଆପଣଙ୍କର ଓଜନ ବଢିଥାଏ ।

କୋଲ୍ଡଡ୍ରିଙ୍କ୍ସରେ ହାଇ ଫୃକ୍ଟୋଜ କର୍ଣ୍ଣ ସିରପ ଏବଂ ବିଭିନ୍ନ ପ୍ରକାରର ଚିନି ରହିଥାଏ ।  ସେଥିରେ ପୋଷଣ ନୁହେଁ ବରଂ କ୍ୟାଲୋରିର ମାତ୍ରା ଅଧିକ ପରିମାଣର ଥାଏ । ଅଧିକ କ୍ୟାଲୋରି ଥିବାରୁ ଏହା ଓଜନ ବଢାଇଥାଏ । କୋଲ୍ଡଡ୍ରିଙ୍କ୍ସରେ ବହୁ ପରିମାଣର ଚିନି ରହିଥାଏ । ଯେଉଁଥିପାଇଁ ଆପଣଙ୍କୁ ଟାଇପ-୨ ଡାଇବେଟିସ ହେବାର ଆଶଙ୍କା ଥାଏ । ଏଥିରେ ଏତେ ପରିମାଣରେ ଚିନି ଥାଏ ଯେ ଯାହା ଇଂସୁଲିନ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ରକ୍ତରେ ସୁଗର ଲେଭେଲ ବଢିଥାଏ ।

ଏଥିରେ ଏସିଡ ଓ ଚିନି ଅଧିକ ମାତ୍ରାରେ ଥାଏ । ଯାହାଫଳରେ ଦାନ୍ତ ଉପରେ ଖରାପ ପ୍ରଭାବ ପଡିଥାଏ । ଏସିଡ କାରଣରୁ ଦାନ୍ତର ଇନେମଲ ମଧ୍ୟ ନଷ୍ଟ ହୋଇଥାଏ । ଦାନ୍ତ ନଷ୍ଟ ହେବା ସହ ଦାନ୍ତ ମଧ୍ୟରେ ଗର୍ତ୍ତ ସୃଷ୍ଟି ହୋଇଥାଏ । ସୋଢା କାରଣରୁ ମୁହଁରେ ବ୍ୟାକ୍ଟେରିଆର ମାତ୍ରା ବଢିଯାଏ । ଯାହାଦ୍ଵାରା ମାଢି ଫୁଲିଯାଏ ଓ ଯନ୍ତ୍ରଣା ମଧ୍ୟ ହୋଇଥାଏ । କୋଲ୍ଡଡ୍ରିଙ୍କ୍ସରେ ଅଧିକ ମାତ୍ରାରେ ଫସଫରିକ ଏସିଡ ରହିଥାଏ । ଯେଉଁ କାରଣରୁ ଶରୀରରେ କ୍ୟାଲସିୟମର ମାତ୍ରା ମଧ୍ୟ କମିଯାଏ । ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ପିଅନ୍ତି ତେବେ ଆପଣଙ୍କ ହାଡ ମଧ୍ୟ ଦୁର୍ବଳ ହେବାର ଆଶଙ୍କା ଥାଏ ।

Leave A Reply

Your email address will not be published.