ବହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଠକେଇ ଘଟଣାରେ ପୋଲିସ ଗୁଜରାଟରୁ ଦୁଇ ଜଣ ସାଇବର ଠକଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଗୁଜୁରାଟ ଭବାନଗର ଜିଲ୍ଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଏଥିସହ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ ସିମ୍ କାର୍ଡ ଜବତ କରିଛି ପୋଲିସ ।
ସୂଚନାନୁସାରେ, ଗତ ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିକଟକୁ ପ୍ରଥମେ ଏକ ଅଜଣା କଲ୍ ଆସିଥିଲା । ତାଙ୍କ ନାମରେ ୬ କୋଟି ଟଙ୍କା ବେଆଇନ୍ ଅର୍ଥ କାରବାର କରାଯାଇଥିବା କହି ତାଙ୍କୁ ଡଜିଟାଲ ଆରେଷ୍ଟ କରିଥିଲେ। ଉଭୟ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଯେଉଁଥିରେ ଭୟଭୀତ ହୋଇ ପ୍ରଫେସର ୧୪ ଲକ୍ଷ ଟଙ୍କା ସେମାନେ ଦେଇଥିବା ଆକାଉଣ୍ଟରେ ପଠାଇଥିଲେ । ତାଙ୍କ ସହ ଠକେଇ ହୋଇଥିବା ନେଇ ସେ ଜାଣିବା ପରେ ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ।
ତଦନ୍ତରୁ ଜଣା ପଡ଼ିବା ପରେ ପୋଲିସର ଏକ ଟିମ୍ ଗୁଜୁରାଟ ଯାଇ ସେମାନଙ୍କୁ ଗିରଫ କରିଥିଲା ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।
Comments are closed.