ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ହୋମ୍ କ୍ୱାରେଂଟିନ୍ ମାମଲା ଥିବା ବେଳେ ୧୪ଟି ସ୍ଥାନୀୟ ସଂକ୍ରମଣ ରହିଛି । ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
୧୬ ଜଣଙ୍କ ମଧ୍ୟରେ ୯ ଜଣ ବେସରକାରୀ ହସ୍ପିଟାଲର କର୍ମଚାରୀ ଅଛନ୍ତି । ସେହିପରି ସୁନ୍ଦରପଦା ଅଭିରାମ ବସ୍ତିର ଜଣେ ୫୦ ବର୍ଷୟ ମହିଳା, ପୁରୁଣା ଭୁବନେଶ୍ୱର ମହତାବ ରୋଡ୍ର ୬୧ ବର୍ଷୀୟ ବ୍ୟକ୍ତି, ଝାରପଡା ଜେଲ୍ ନିକଟ ୪୭ ବର୍ଷୀୟ ବ୍ୟକ୍ତି ଏବଂ ବରମୁଣ୍ଡା ବିଡିଏ କଲୋନୀର ଦୁଇ ଜଣ ଯୁବକ କରୋନା ସଂକ୍ରିମତ ହୋଇଛନ୍ତି ।
ସେହିପରି କୋଲକୋତାରୁ ଫେରିଥିବା ବେଗୁନିଆ ଯଦୁପୁରର ୩୫ ବର୍ଷୀୟ ବ୍ୟକ୍ତି ଏବଂ ୟୁନିଟ୍-୮ ଡେଲ୍ଟା କଲୋନୀର ୨୧ ବର୍ଷୀୟ ଯୁବତୀ ହୋମ୍ କ୍ୱାରେଂଟିନ୍ରେ ଥାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପଟେ ଆଜି ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାଏଁ ରାଜଧାନୀରେ ୨୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇସାରିଲେଣି । ୧୩୨ ଜଣ ଆକ୍ଟିଭ କେସ୍ ରହିଛି ।
Comments are closed.