Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ୧୪ ମାଓବାଦୀ ନିହତ: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଗୁଳି ବିନିମୟ

ମାଲକାନଗିରି : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି ।

ମାଉବାଦୀଙ୍କ ଠାରୁ ୧୬ଟି ବନ୍ଧୁକ ସମେତ ବିପୁଳ ପରିମାଣର ଗୁଳିଗୋଳା ପୋଲିସ ଜବତ କରିପାରିଛି । ଗୋଟିଏ ଏନକାଉଣ୍ଟରରେ ଏତେ ସଂଖ୍ୟକ ମାଓବାଦୀ ନିହତ ହେବା ଏହା ବସ୍ତର ପୋଲିସର ଏକ ବଡ଼ ସଫଳତା ପୋଲିସ ବୋଲି ବସ୍ତର ପୋଲିସ ସୂତ୍ରରୁ ପ୍ରକାଶ ।

 

ସୁକମା ଜିଲ୍ଲା ଏବଂ ବସ୍ତର ଅଞ୍ଚଳରେ ବସ୍ତର ପୋଲିସ କମ୍ବିଂ ଅପରେସନ କରୁଥିବା ବେଳେ ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟକ ମାଓବାଦୀ ଲୁଚି ରହିଥିବାର ଇଣ୍ଟେଲିଜେନ୍ସ ସୂତ୍ରରୁ ଖବର ପାଇ ସେହି ସ୍ଥାନକୁ ଚଢଉ କରିଥିଲେ । ସୁକମା ଜିଲ୍ଲାର ଗୋଲ୍ଲାପାଲି ଓ କୋଣ୍ଟା ମଧ୍ୟସ୍ଥ ଏକ ଜଙ୍ଗଲ ମଧ୍ୟରେ ପୋଲସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ।

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରେ ୧୮ରୁ ୨୦ ଜଣ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । କାରଣ ଏହି ଏନକାଉଣ୍ଟରରେ କିଛି ମାଓବାଦୀଙ୍କ ଶବକୁ ମାଓବାଦୀମାନେ ନେଇଯିବାକୁ ସକ୍ଷମ ହୋଇଥିଲେ ।

ଏହି ଏନକାଉଣ୍ଟରରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ସହିତ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିପାରିଛି । ସେଥିମଧ୍ୟରେ ୧୦ଟି ବାର୍ମର ବନ୍ଧୁକ, ଗୋଟିଏ ୩୧୫, ଗୋଟିଏ ୧୨ବୋର, ଗୋଟିଏ ପିସ୍ତଲ, ଗୋଟିଏ କାର୍ଟ, ବ୍ୟାନର, ପୋଷ୍ଟର, ଔଷଧ ସାମଗ୍ରୀ, ଟେଟୋନେଟର, ଇଲେକ୍ଟ୍ରିକ ତାର, ବ୍ୟାଟେରୀ ଏବଂ ଅନେକ ମାଓପୁସ୍ତିକା ପୋଲିସ ଜବତ କରିପାରିଛି ।

Leave A Reply

Your email address will not be published.