Latest Odisha News

BREAKING NEWS

ଆନ୍ଧ୍ର ପଥର ଖଣି ଦୁର୍ଘଟଣା: ମୃତ ତିନି ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କୁର୍ନଲଠାରେ ପଥର ଖଣି ଦୁର୍ଘଟଣାରେ ତିନିଜଣ ଓଡ଼ିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ଏବଂ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏହି ଘଟଣାରେ ଆହତ ଓଡ଼ିଆ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ଆନ୍ଧ୍ରର କୁର୍ଣ୍ଣୁଲଠାରେ ଏକ ପଥର ଖାଦାନରେ କାମ କରିବାକୁ ଯାଇଥିଲେ । ତେବେ ରହୁଥିବା ଆଶ୍ରୟସ୍ଥଳୀରେ ରାତିରେ ବିସ୍ଫୋରଣ ଘଟିବାରୁ ଏଥିରେ ଓଡ଼ିଶାର ତିନି ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଅନୁଧ୍ୟାନ କରିବା ଲାଗି କୁର୍ଣ୍ଣୁଲ ଯାଇଛନ୍ତି । ଏହି ବିସ୍ଫୋରଣରେ ସମୁଦାୟ ୧୨ ଜଣ ପ୍ରାଣତ୍ୟାଗ କରିଛନ୍ତି ।

 

Leave A Reply

Your email address will not be published.