Latest Odisha News

BREAKING NEWS

ଟିଟୋକୁ ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ

କେନ୍ଦ୍ରାପଡ଼ା : ସୋମବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ପୋଲିସ ଗ୍ୟାଙ୍ଗଷ୍ଟର୍ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି ।

ଟିଟୋକୁ ୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ପୋଲିସ କେନ୍ଦ୍ରାପଡ଼ା ଏସଡ଼ିଜିଏମ ଅଦାଲତକୁ ଦିନିକିଆ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲେ ।

କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ଶନିବାର ଦିନ ଚକଡ଼ା ଗ୍ରାମରେ ଘଟିତ ଇଞ୍ଜିନିୟର ଦେବାଶିଷ ସାହୁ ହତ୍ୟାକାଣ୍ଡ ମାମଲାରେ ୨ ଦିନିଆ ରିମାଣ୍ଡରେ ନେଇଥିଲେ । ଏହି ହତ୍ୟାକାଣ୍ଡ ଗତବର୍ଷ ୨୧ ଡ଼ିସେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାର ଚକଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିତ ହୋଇଥିଲା ।

ପୋଲିସ ରେକର୍ଡ଼ ଅନୁସାରେ ୧୦ଲକ୍ଷ ଟଙ୍କାର ଦାଦାବଟି ଲାଗି ଇଞ୍ଜିନିୟରଙ୍କୁ ହତ୍ୟାକରିଥିବାର ଅଭିଯୋଗ ଟିଟୋ ନାମରେ ରହିଛି । ତେଣୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଟିଟୋଠୁ ଅଧିକ ତଥ୍ୟ ହାସଲ କରିବ କେନ୍ଦ୍ରାପଡ଼ା ପୋଲିସ ।

Leave A Reply

Your email address will not be published.