Latest Odisha News

BREAKING NEWS

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ଅନୁଗୁଳ ଓ ସୁନ୍ଦରଗଡ଼ରୁ ବେଶୀ

ଭୁବନେଶ୍ୱର: କରୋନା କାୟା ମେଲାଇବା ସହ ଜୀବନ ନେଉଛି । ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ ଅଛନ୍ତି ୬ଟି ଜିଲ୍ଲାରୁ ଆକ୍ରାନ୍ତ ।

ଗତ କିଛି ଦିନ ହେବ ରାଜ୍ୟରୁ ସର୍ବାଧିକ କରୋନା ଜନିତ ମୃତ୍ୟୁସଂଖ୍ୟା ସୁନ୍ଦରଗଡ଼ ଜିଲ୍ଲାରୁ ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ମୋଟ୍ ମୃତ୍ୟୁସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି ।

ସେହିପରି ଅନୁଗୁଳ ଜିଲ୍ଲାରୁ ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୪ ଜଣ ଆକ୍ରାନ୍ତ । ଏମାନଙ୍କ ଭିତରେ ଦୁଇ ଜଣ ଲେଖାଏ ପୁରୁଷ ଓ ମହିଳା ଅଛନ୍ତି । ଭୁବନେଶ୍ୱରରୁ ଆଉ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସେହିପରି ବାଲେଶ୍ୱର ଜିଲ୍ଲାରୁ ମହାମାରୀରେ ଆଖି ବୁଜିଛନ୍ତି ଆଉ ଦୁଇ ଜଣ ସଂକ୍ରମିତ । ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧ ହଜାର ୭୧୮ରେ ପହଞ୍ଚିଛି ।

Leave A Reply

Your email address will not be published.