Latest Odisha News

ରାଜ୍ୟରେ କମୁଛି: ୬୦୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି ।

କୋରାପୁଟ ଜିଲ୍ଲା ବ୍ୟତୀତ ଆଉ ସମସ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ତିନିଟି ଜିଲ୍ଲାରୁ ୫୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୬, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ୫୫ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ବାକି ୨୬ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୭ହଜାର ୨୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୮ହଜାର ୮୩୯ ସଂକ୍ରମିତ । ଏବେ ରାଜ୍ୟରେ ୬ ହଜାର ୬୨୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.