Latest Odisha News

BREAKING NEWS

ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୮୬ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୟାଗଡରୁ ୩, ଖୋର୍ଦ୍ଧାରୁ ୨, ଗଞ୍ଜାମ ଜିଲ୍ଲାରୁ ୬, ସୁନ୍ଦରଗଡରୁ ୧, ଭୁବନେଶ୍ୱରରୁ ୧, ରାୟଗଡାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

ନୟାଗଡରୁ ୩୪ ଓ ୭୮ ବର୍ଷ ବୟସ୍କ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯିଏକି କିଡନୀ ରୋଗରେ ପିଡିତ ଥିଲେ ।

ଭୁବନେଶ୍ୱରରୁ ଜଣେ ୮୪ ବର୍ଷ ବୟସ୍କ ମହିଳା ମୃତ୍ୟୁବରଣ କରିଛନ୍ତି ।

ସୁନ୍ଦରଗଡରୁ ଜଣେ ୭୨ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।

ଖୋର୍ଦ୍ଧାରୁ ଜଣେ ୮୨ ବର୍ଷ ଏବଂ ୬୯ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମଧୁମେହ ଓ ଅନ୍ୟ ଜଣେ କିଡନୀ ରୋଗରେ ପିଡିତ ଥିଲେ ।

ଗଞ୍ଜାମରୁ ଜଣେ ୮୫, ୬୫, ୫୦, ୫୫, ୫୦ ବର୍ଷ ବୟସ୍କ ପୁରୁଷ ଏବଂ ଅନ୍ୟ ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି ।

ରାୟଗଡାରୁ ଜଣେ ୪୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପିଡିତ ଥିଲେ ।

ଅଧିକ ପଢନ୍ତୁ- ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

Leave A Reply

Your email address will not be published.