Latest Odisha News

BREAKING NEWS

ରିୟାଙ୍କ ହ୍ୱାର୍ଟ୍ସଅପ୍ ଚାର୍ଟ ଶେୟାରକୁ ନେଇ ଏମିତି କହିଲେ ଅଭିନେତ୍ରୀ କାମ୍ୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଗତକାଲି ନିଜର ଓ ସୁଶାନ୍ତଙ୍କ ହ୍ୱାଟ୍ସଅପ୍ ଚାର୍ଟର ସ୍କିନସର୍ଟକୁ ଶେୟାର କରିଥିଲେ । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା ।

ଯାହାକୁ ନେଇ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମୁହଁ ଖୋଲିଛନ୍ତି । ଏପରିକି ସେ ପ୍ରଶ୍ନ କରିଥିଲେ ଯେ ରିୟା ଉକ୍ତ ଚାର୍ଟକୁ ଶେୟାର କରି କ’ଣ ସୂଚାଇବାକୁ ଚାହୁଁଛନ୍ତି । କାରଣ ସବୁ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥାଏ, ଏହା କିଛି ବଡ କଥା ନୁହେଁ ।

ସେହିପରି ଅଭିନେତା ଆୟୁଷ୍ମାନ ଖୁରାନା, ରିୟାଙ୍କୁ ସର୍ପୋଟ କରି ବଲିଉଡ କଳାକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆକ୍ଟର କମାଲ ରସିଦ୍ ଖାନ୍ ଟ୍ୱିଟ୍ କରି ଲେଖିଥିଲେ ଯେ ୩ଟି କାରଣ ପାଇଁ ଆୟୁଷ୍ମାନ ରିୟାଙ୍କୁ ସର୍ପୋଟ କରୁଛନ୍ତି ।

ଯେଉଁଥିରେ ରିଟ୍ୱିଟ୍ କରି କଙ୍ଗନା ରାଣାୱତ କହିଛନ୍ତି ଯେ କିଛି ଚାପଲୁସ୍ ଆଉଟସାଇଡର ମାନେ ଫିଲ୍ମ ମାଫିଆଙ୍କୁ ଲଗାତାର ସମର୍ଥନ କରୁଛନ୍ତି । କାହିଁକିନା ସେମାନଙ୍କୁ କେହି ଖାତିର କରନ୍ତି ନାହିଁ ଏବଂ ବଲିଉଡରେ ସେମାନଙ୍କର ସ୍ଥିତି ମଧ୍ୟ ସାମାନ୍ୟ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.