Latest Odisha News

ଜାତୀୟ ସଙ୍ଗୀତ ଗାନ ବେଳେ ଠିଆ ନହେବା ଅଭିଯୋଗରେ ୧୪ ଜଣ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାତୀୟ ସଙ୍ଗୀତକୁ କରାଗଲା ଅସମ୍ମାନ। ଗତମାସ ଅର୍ଥାତ୍ ଜୁନ୍‌ରେ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରିବା ବେଳେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଠିଆ ହୋଇନଥିଲେ। ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜାତୀୟ ସଂଗୀତ ବାଜିବା ବେଳେ କିଛି ବ୍ୟକ୍ତି ଠିଆ ନହେବାରୁ ପ୍ରଶାସନ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଛି।

ଅଧିକାରୀମାନେ କହିଛନ୍ତି ଯେ ଜୁନ୍ ୨୫ ରେ ଜମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଆୟୋଜିତ ‘ପେଡାଲ୍ ଫର୍ ପିସ୍’ ସାଇକଲିଂ କାର୍ଯ୍ୟକ୍ରମ ସମାରୋହରେ ଜାତୀୟ ସଂଗୀତ କରାଯାଇଥିଲା। କିନ୍ତୁ କିଛି ଲୋକ ଠିଆ ହୋଇନଥିଲେ। ଜମ୍ମୁ କାଶ୍ମୀର ପ୍ରଶାସନ ଜାତୀୟ ସଂଗୀତକୁ ଅପମାନିତ କରିବା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହାକୁ ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ (ସିଆରପିସି) ର ଧାରା ୧୦୭ ଏବଂ ୧୫୧ ଅନୁଯାୟୀ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇଟି ଧାରା ଅଧିକାରୀଙ୍କୁ ଅପରାଧ ସନ୍ଦେହରେ ଗିରଫ କିମ୍ବା ଅଟକ ରଖିବା ପାଇଁ ସଶକ୍ତ କରିଥାଏ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରୀୟ ଜେଲକୁ ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

Comments are closed.