ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ସହ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।
ସୂଚନାମୁତାବକ, ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିଲା । ତେବେ ଖବର ପାଇ ପୁରୀ ପୋଲିସ ଚଢାଉ କରିଥିଲେ । ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଘଟଣାସ୍ଥଳରୁ ୧୨ଟି ତାସ୍ ପ୍ୟାକେଟ୍, ୬୦ଟି ଟୋକନ, ୨ଟି କାର୍, ୬ଟି ବାଇକ ଜବତ ହୋଇଛି । ପୁରୀ ଏସ୍ପି ପ୍ରତୀକ ସିଂ ପ୍ରେସମିଟ ଜରିଆରେ ଏହି ସୂଚନା ଦେଇଛନ୍ତି ।
Comments are closed.