ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା ୪ ତାରିଖରୁ ପୁରୀରେ ତିନି ଦିନ ପାଇଁ ୧୪୪ ଧାରା ଲାଗୁ ହେବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ମାର୍କେଟ ଛକଠାରୁ କାକୁଡି ଖାଇ ଛକ ଯାଏଁ ଯିବାଆସିବା ଉପରେ କଟକଣା ଲାଗିବ ।
Comments are closed.