Latest Odisha News

BREAKING NEWS

ବିଶ୍ୱର ଟପ୍ ୫୦୦ ତାଲିକାରେ ରହିବାକୁ ପ୍ରସ୍ତୁତ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ !

ବାରାଣାସୀ: ବିଶ୍ୱର ଟପ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଇନଫ୍ରାଷ୍ଟ୍ରକଚର ବଢାଇବାରେ ଲାଗିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ।

ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ ସ୍କିମ ଅଧୀନରେ ଶୈକ୍ଷିକ ଓ ଗବେଷଣା ସୁବିଧାକୁ ଅପଗ୍ରେଡ କରିବା ନିମନ୍ତେ କେନ୍ଦ୍ର ତରଫରୁ ଅନୁଷ୍ଠାନକୁ ପ୍ରାୟ ୧୦୦୦ କୋଟିର ଫଣ୍ଡ ଦିଆଯାଇଛି ।

ଅଧିକ ପଢନ୍ତୁ: ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ (ଆଇଓଇ) ସ୍କିମ ଅଧୀନରେ ଇଣ୍ଟରନ୍ୟାସନାଲ ହଷ୍ଟେଲ, ସ୍ମାର୍ଟ କ୍ଲାସରୁମ, ୟୁଜି/ପିଜି ଲାବୋରାଟାରୀ ଆଦି ର ଅପଗ୍ରେଡେସେନ ତଥା ସୁନ୍ଦରୀକରଣ ଆଦି କାର୍ଯ୍ୟ ହାତକୁ ନିଆଯାଇଥିବା ବିଶ୍ୱବିଦ୍ୟାଳୟ ପବ୍ଲିକ ରିଲେସନ ଅଫିସର ଡଃ ରାଜେଶ ସିଂହ ମିଡିଆକୁ ଜଣେଇଛନ୍ତି ।

୧୫୮ କୋଟି ଟଙ୍କାର ପ୍ରାୟ ୩୬୯ ଗବେଷଣା ପ୍ରୋଜେକ୍ଟ କାର୍ଯ୍ୟ ଅନୁଷ୍ଠାନ ଅଧୀନରେ ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ ରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ସୁପର ସ୍ପେସିଆଲିଟି ବ୍ଲକର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.