Latest Odisha News

BREAKING NEWS

ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଲା ୧୪୪ ଧାରା

ଆସିକା : ରାଜ୍ୟରେ ଏବେ କାୟା ମେଲାଉଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ସଂକ୍ରମଣକୁ ରୋକାଯିବ ସେନେଇ କଡ଼ା ପଦକ୍ଷେପ ନେଉଛି ପ୍ରଶାସନ । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଛି ୧୪୪ ଧାରା । ଏନେଇ ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

କୋରୋନା ପାଇଁ ଆସିକାର ପାଞ୍ଚଟି ପଞ୍ଚାୟତ ପଢ଼ାଳ, ଜୟପୁର, ବରଗାଁ, କାଳଷଣ୍ଡପୁର ଓ ପୁଡୁକେଶ୍ବରପଲ୍ଳିରେ ୧୪୪ ଧାରା ଲାଗିଛି । ଏହାସହ ବାରୁଣୀ ସ୍ନାନରେ ଲୋକଙ୍କ ଗହଳିକୁ ନେଇ କଡ଼ା ନିୟମ ଲଗାଇଛି ପ୍ରଶାସନ ।

Leave A Reply

Your email address will not be published.