Latest Odisha News

କାର୍ଯ୍ୟସ୍ଥଳୀରେ ଟିକାକରଣକୁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ସହ କରୋନା ମୁକାବିଲା ପାଇଁ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ ଘରୋଇ ସଂସ୍ଥାରେ ଟିକାକରଣ କରାଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, କୌଣସି କାର୍ଯ୍ୟାଳୟରେ ୧୦୦ରୁ ଅଧିକ ଲୋକ କାର୍ଯ୍ୟ କରୁଥିଲେ ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୧ ତାରିଖରୁ ଆରମ୍ଭ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ କୁହାଯାଇଥିବା ବେଳେ, କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯାଇପାରିବ ।

ଏପ୍ରିଲ ୬ ତାରିଖରେ ସମସ୍ତ ରାଜ୍ୟକୁ ଚିଠି ଲେଖା ଯାଇଥିବା ନେଇ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଟିକାଦାନ ପାଇଁ ଘରୋଇ ସଂସ୍ଥାର କର୍ତ୍ତୃପକ୍ଷ ପ୍ରସ୍ତୁତ ରୁହନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସୂଚନା ଯୋଗ୍ୟ, କରୋନାର ଦ୍ବିତୀୟ ଲହର ସକ୍ରିୟ ଥିବାରୁ ଟିକାକରଣକୁ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.