Latest Odisha News

ଆସନ୍ତକାଲି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ, ୧୪୪ଧାରା ଜାରି

ଭଦ୍ରକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହାସହ ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ଓ ବୈତରଣୀ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡ଼ଙ୍ଗା ଭସା ଉପରେ କଟକଣା ଲଗାଯାଇଛି ।

କୋଭିଡ଼-୧୯ ଅନୁଯାୟୀ ପାଳିଆ ସେବାୟତ ଓ ଅନ୍ୟ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବ । ଆସନ୍ତକାଲି କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କ ହରଗୌରୀ ବେଶ ହୋଇଥାଏ । ମନ୍ଦିରରେ ସୀମିତ ସେବାୟତ ରହି ନୀତିକାନ୍ତି ସମ୍ପନ୍ନ କରିବେ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ଏନେଇ ସ୍ପଷ୍ଟ ରଖିଛନ୍ତି । ପୀଠରେ ମେଳା, ଭଜନ ସମାରୋହ କିମ୍ବା ମେଲୋଡ଼ି କିଛି ହୋଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.