Latest Odisha News

BREAKING NEWS

ଯମଜ ସନ୍ତାନର ଜନନୀ ହେଲେ ପ୍ରୀତି ଜିଂଟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଂଟା ୪୬ ବର୍ଷ ବୟସରେ ଯମଜ ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୧୬ରେ ସେ ଆମେରିକାର ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ । ସରୋଗେସୀ ମାଧ୍ୟମରେ ପ୍ରୀତିଙ୍କ ଏହି ସନ୍ତାନ ହୋଇଛି । ସୋସିଆଲ ସାଇଟରେ ଏହି ଖୁସି ଖବର ସେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସନ୍ତାନ ୨ଟିର ନାମ ସେମାନେ ଜୟ ଜିଂଟା ଗୁଡଇନଫ ଓ ଜିୟା ଜିଂଟା ଗୁଡଇନଫ ରଖିଛନ୍ତି ।

BjdElectrycity

ମୋର ଏହି ସ୍ମରଣୀୟ ଏବଂ ଅବିଶ୍ୱସନୀୟ ଯାତ୍ରାରେ ସହଯୋଗ କରିଥିବା ଡାକ୍ତର, ନର୍ସ ଏବଂ ସରୋଗେଟଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି ବୋଲି ପ୍ରୀତି କହିଛନ୍ତି । ଆମେ ଜିନ୍‌, ପ୍ରୀତି, ଜୟ ଏବଂ ଜିୟା ଗୋଟିଏ ସୁନ୍ଦର ପରିବାର ପାଲଟି ଯାଉଛି । ଏଥିନେଇ ମୁଁ ବେଶ ଉତ୍ସାହିତ ଅଛି ବୋଲି ଦିଲସେ ଗାର୍ଲ କହିଛନ୍ତି ।

Leave A Reply

Your email address will not be published.