Latest Odisha News

BREAKING NEWS

ରାଜ୍ୟରେ ପୁଣି ବାହାରିଲେ ୧୪୭୪ କରୋନା ସଂକ୍ରମିତ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ତେବେ ପୂର୍ବ ଦିନ ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୫୮୮୯ରେ ପହଞ୍ଚିଛି ।

ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଆଜି ବି ସର୍ବାଧିକ କରୋନା ରୋଗୀ ବାହାରିଛନ୍ତି । ଜିଲ୍ଲାରୁ ଆଜି ୧୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଅନୁଗୁଳ ଜିଲ୍ଲାରୁ ୭୬ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ଜଣ, ବରଗଡ଼ ଜିଲ୍ଲାରୁ ୬୮ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୯ଜଣ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୧୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୩ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ଜଣ, ଯାଜପୁର ଜିଲ୍ଲାରୁ ୩୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣ, କନ୍ଧମାଳ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୬୯ଜଣ, କୋରାପୁଟ ଜିଲ୍ଲାରୁ ୨୩ଜଣ, ମାଲକାନଗିରି ଜିଲ୍ଲାରୁ ୨୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦ଜଣ, ନୟାଗଡ଼ ଜିଲ୍ଲାରୁ ୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୬ଜଣ, ପୁରୀ ଜିଲ୍ଲାରୁ ୭୩ଜଣ, ରାୟଗଡ଼ା ଜିଲ୍ଲାରୁ ୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୪ଜଣ, ଷ୍ଟେଟ ପୁଲ୍‌ରୁ ୩୦ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୫୮୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୯୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୮୦୫୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.