Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେୟାର ବଜାରକୁ ନିମ୍ନମୁଖୀ କରିପାରେ

ନୂଆଦିଲ୍ଲୀ: ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି କ୍ଷେତ୍ରରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନରେ କିଏ ଜିତିବ ଏବଂ ରାଷ୍ଟ୍ରପତି ପଦରେ କିଏ ବିରାଜମାନ କରିବା ତାହା ଆକଳନ କରିବା କଷ୍ଟ।

ଆରବିସି କ୍ୟାପିଟାଲ ମାର୍କେଟ୍‌ସ ପକ୍ଷରୁ କରାଯାଇଥିବା ସର୍ଭେରେ ଭାଗ ନେଇଥିବା ୮୩ ପ୍ରତିଶତ ପୋର୍ଟଫୋଲିଓ ମ୍ୟାନେଜରଙ୍କ କହିବା ମୁତାବକ, ପ୍ରତିଯୋଗିତା ଯଦି ଜୋରଦାର ରହେ ତାହେଲେ ମାର୍କେଟ ନିମ୍ନମୁଖୀ ହେବାର ଆଶଙ୍କା ଅଧିକ ରହିଛି। ନିର୍ବାଚନ ଫଳାଫଳ ଘୋଷଣା ଯଦି ବିଳମ୍ବ ହୁଏ ଏବଂ ପ୍ରସଙ୍ଗ ଅଦାଲତକୁ ଯାଏ ତା’ହେଲେ ଏହା ବଜାରକୁ ପ୍ରଭାବିତ କରିବ ବୋଲି ସିଟି ଗ୍ରୁପ୍‌ର ଚିଫ୍‌ ମାର୍କେଟ ଷ୍ଟ୍ରାଟେଜିଷ୍ଟ୍‌ ତୋବିୟାସ ଲେଭକୋଭିଚ୍‌ କହିଛନ୍ତି।

ବହୁ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଏପରିକି ଯଦି ସେ ନିର୍ବାଚନରେ ପରାସ୍ତ ହୁଅନ୍ତି ତା’ହେଲେ ଶାନ୍ତିପୂର୍ଣ୍ଣ ଭାବେ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ନକରିବା ଆଶଙ୍କା ମଧ୍ୟ ରହିଛି। ଏପରିକି ଏହି ପରିପ୍ରେକ୍ଷୀରେ ସେ ୨୦୦୦ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜର୍ଜ ଡବ୍ଲ୍ୟୁ ବୁଶ ଓ ଅଲ୍‌ ଗୋରେଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ବିଷୟରେ ଲେଭକୋଭିଚ୍ ଉଲ୍ଲେଖ କରିଛନ୍ତି। ସେହିବର୍ଷ ରା‌ଷ୍ଟ୍ରପତି ନିର୍ବାଚନ ଦିନଠାରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ଏସ ଆଣ୍ଡ ପି ୫୦୦ ସୂଚୀରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା।

Leave A Reply

Your email address will not be published.