Latest Odisha News

BREAKING NEWS

ରାଜ୍ୟରେ ପୁଣି ବଢ଼ିଲା, ଗୋଟିଏ ଦିନରେ ୧୪ ଶହ ୯୯ କରୋନା ପଜିଟିଭ୍

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ଗୋଟିଏ ଦିନରେ ପୁଣି ୧୫ ଶହ ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଆଉ ୧୪ ଶହ ୯୯ । କ୍ୱାରେଣ୍ଟାଇନ ସେଣ୍ଟର-୯୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୮୫। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢେଙ୍କାନାଳରୁ ୯୨ ଜଣଙ୍କୁ ମିଶାଇ ମୋଟ୍ ୨୯ ଜିଲ୍ଲାରୁ ବାହାରିଛନ୍ତି ୧୪ ଶହ ୯୯ କୋଭିଡ୍ ପଜିଟିଭ୍ ।
ଜିଲ୍ଲାଓ୍ୱାରୀ କରୋନା ଆକ୍ରାନ୍ତ
– ଗଞ୍ଜାମ- ୩୬୮, ଖୋର୍ଦ୍ଧା- ୨୧୪, ଗଜପତି- ୯୭, ଢେଙ୍କାନାଳ- ୯୨
– କୋରାପୁଟ- ୮୧, ସୁନ୍ଦରଗଡ଼- ୭୫, ନୟାଗଡ଼- ୬୭, ସମ୍ବଲପୁର- ୫୬
– କନ୍ଧମାଳ- ୫୦, କଳାହାଣ୍ଡି – ୪୪, ରାୟଗଡ଼ା- ୪୦, ବାଲେଶ୍ୱର- ୩୭
– ନବରଙ୍ଗପୁର- ୩୩, ପୁରୀ– ୩୬, କଟକ- ୨୮, ମାଲକାନଗିରି- ୨୬

– ଅନୁଗୋଳ- ୨୫, ଯାଜପୁର- ୧୯, ବଲାଙ୍ଗିର- ୧୯, ମୟୂରଭଞ୍ଜ- ୧୩
– କେନ୍ଦୁଝର- ୧୬, ଜଗତସିଂହପୁର- ୧୫, କେନ୍ଦ୍ରାପଡ଼ା- ୧୪, ବରଗଡ଼- ୧୦
– ନୂଆପଡ଼ା-୦୯, ଝାରସୁଗୁଡ଼ା- ୦୭, ସୋନପୁର- ୦୫, ଦେବଗଡ଼- ୦୨, ଭଦ୍ରକ- ୦୧

Leave A Reply

Your email address will not be published.