Latest Odisha News

BREAKING NEWS

ସମ୍ବଲପୁର ଶାଢୀରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

ଭୁବନେଶ୍ୱର: ଆଜି ମୁକ୍ତି ଲାଭ କରିଥିବା ‘ଶକୁନ୍ତଳାଦେବୀ’ର ପ୍ରମୋସନ ଅବସରରେ ସମ୍ବଲପୁରୀ ଶାଢ଼ି ପିନ୍ଧି ଅଭିନେତ୍ରୀ ବିଦ୍ୟା ବାଲନ୍ ଏବେ ଚର୍ଚ୍ଚାରେ । ଏହି ଶାଢୀ ତାଙ୍କୁ ବେଶ୍ ଭଲ ଲାଗିଥିବା ସେ କହିଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧିଥିବା ଫଟୋକୁ ବିଦ୍ୟା ବାଲାନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଏହି ହସ୍ତତନ୍ତର ବେଶ୍ ପ୍ରଶଂସା କରିଛନ୍ତି ।

ଶକୁନ୍ତଳା ଦେବୀ ଫିଲ୍ମ ଏହି ସମ୍ବଲପୁରୀ ଶାଢୀଟିକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏହାକୁ ସୋନପୁର କେନ୍ଦୁପାଲିର ବୁଣାକାର ରମାକାନ୍ତ ମେହେର ବୁଣିଛନ୍ତି । ଏହି ବାନ୍ଧ ଶାଢୀଟିକୁ ବୁଣିବା ପାଇଁ ତାଙ୍କୁ ଏକ ମାସ ସମୟ ଲାଗି ଥିଲା । ମଲବେରୀ ସିଲ୍ମ ସୂତାରେ ତିଆରି ଏହି ଶାଢୀଟିରେ ବିଭିନ୍ନ ପ୍ରକାର ଗାଣେତିକ ସଙ୍କେତ ରହିଛି । ଭୁବନେଶ୍ୱରର ଉତ୍କଳଅମ୍ରିତା ସଂସ୍ଥା ଏହାର ବ୍ରାଣ୍ଡିଂ କରିଛନ୍ତି ।

ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢୀକୁ ନେଇ ଟ୍ୱିଟ୍ ପରେ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା ରହିଛି ।

Leave A Reply

Your email address will not be published.