Latest Odisha News

BREAKING NEWS

ଦେଶରେ ହେଲାଣି ୧୫ କୋଟି କରୋନା ଟେଷ୍ଟ, ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୧୦ ଦିନରେ ଏକ କୋଟିରୁ ଅଧିକ ଟେଷ୍ଟ କରାଯାଇଛି । ମୋଟ୍ ୧୫ କୋଟି ୭ ଲକ୍ଷ ୫୯ ହଜାର ୭୨୬ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୧୧ ଦିନ ହେବ ଲଗାତର ୪୦ ହଜାର ତଳେ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଗତ ୨୪ ଘଣ୍ଟାରେ ୩୧ ହଜାର ୫୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୭ ହଜାର ୭୨୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଆକ୍ଟିଭ୍ କେସ୍ ୩ ଲକ୍ଷ ୭୨ ହଜାର ୨୯୩ ରହିଛି । ଅର୍ଥାତ୍ ମାତ୍ର ୩.୮୧ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ସେହିପରି ଦେଶରେ ଆରୋଗ୍ୟ ହେଲେଣି ୯୨ ଲକ୍ଷ ୫୩ ହଜାର ୩୦୬ ଜଣ ଆକ୍ରାନ୍ତ । ମୋଟ୍ ୯୭ ଲକ୍ଷ ୬୭ ହଜାର ୩୭୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି ।

Leave A Reply

Your email address will not be published.