Latest Odisha News

BREAKING NEWS

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦ ଦିନ ତଳେ ବିବାହ କରିଥିଲେ । ପରିବାର ଲୋକ କେହି ବୁଝିବା ଆଗରୁ ଡିସେମ୍ବର ୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର କରୋନା ଲକ୍ଷଣ ଥିଲା, କିନ୍ତୁ କରୋନା ଟେଷ୍ଟ କରାଯାଇନଥିଲା ।

ବରର ମୃତ୍ୟୁ ପରେ ପରିବାର ଲୋକେ କରୋନା ପରୀକ୍ଷା କରାଇଥିଲେ, ରିପୋର୍ଟ ପଜିଟିଭ୍ ଆସିଥିଲା । ପିଜିଟିଭ୍ ହୋଇଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ମୃତକଙ୍କ ମା’ ମଧ୍ୟ ଅଛନ୍ତି । ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି । ମୃତ ଯୁବକଙ୍କ ନଭେମ୍ବର ୨୫ ତାରିଖରେ ବିବାହ ହୋଇଥିଲା । ବିବାହ ପରେ ତାଙ୍କ ଦେହ ଖରାପ ହୋଇଥିଲା । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଶେଷରେ ଡିସେମ୍ବର ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଖବର ଜଣାପଡ଼ିବା ପରେ ଗାଁ ଲୋକେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ଗାଁର ଅନେକ ଲୋକ ନିଜର କରୋନା ଟେଷ୍ଟ କରିଛନ୍ତି । କରୋନା ପରୀକ୍ଷା ପାଇଁ ଗାଁରେ ମେଡିକାଲ ଟିମ୍ ପହଞ୍ଚିଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ।

Leave A Reply

Your email address will not be published.