Latest Odisha News

ବିଜ୍ଞାପନରେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ୧୫ କୋଟି

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର । ଆଜି ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏମିତି କିଛି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ବିଜେଡି ସରକାର ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି । ୫ ବର୍ଷରେ ନିର୍ବାଚନୀ ପ୍ରଚାର ପାଇଁ  କେବଳ ଖର୍ଚ୍ଚ ହୋଇଛି ୪୫୨ କୋଟି ୯୬ ଲକ୍ଷ ଟଙ୍କା । ଏଥିସହିତ କେବଳ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିଜ୍ଞାପନରେ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଭାବେ ଏହି ଉତ୍ତର ରଖିଛନ୍ତି ।

Comments are closed.