Latest Odisha News

ବଞ୍ଚିଗଲା ଅଳ୍ପକେ ଜୀବନ, ଶୌଚ ହେବାକୁ ଯାଇଥିଲା ବେଳେ ମାଡି ବସିଥିଲା ଅଜଗର

ଜବଲପୁର: ଶୌଚ ହେବାକୁ ଯାଇଥିବା ବେଳେ ମାଡି ବସିଲା ଅଜଗର । ଗୁଡେଇ ଗୁଡେଇ ଖାଇବାକୁ ଚେଷ୍ଟା କରିବା ବେଳେ ରକ୍ଷା କଲେ ଗାଁ ଲୋକେ । ଏଭଳି କିଛି ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଠାରେ । ଯାହାର ରୁମ ଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଜବଲପୁର ସ୍ଥିତ କଲ୍ୟାଣପୁର ଗାଁରେ ୧୫ ଫୁଟ ଲମ୍ବର ଅଜଗର କବଳରୁ ମରୁ ମରୁ ବଞ୍ଚିଛନ୍ତି ଜଣେ ବ୍ୟକ୍ତି ।  ଉକ୍ତ ବ୍ୟକ୍ତି ଜଣଙ୍କ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ଅଜଗର ହାବୁଡରେ ପଡିଯାଇଥିଲେ । ଅଜଗରଟି ବ୍ୟକ୍ତିଙ୍କ ଦେହରେ ଗୁଡାଇ ହେବା ସହ ତାଙ୍କୁ ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ଭଗବାନ ଭରସା ବ୍ୟକ୍ତିଜଣଙ୍କ ଚତୁରତାର ସହ ତା’ ମୁହଁକୁ ଧରି ପକାଇ ଜୋରରେ ଚିତ୍କାର କରିବାକୁ ଲାଗିଥିଲେ । ବ୍ୟକ୍ତିଙ୍କ ପାଟି ଶୁଣି ଘଟଣା ସ୍ଥଳରେ ସେଇ ବାଟ ଦେଇ ଯାଉଥିବା ଗାଁ ଲୋକେ ପହଞ୍ଚିଥିଲେ। ସେମାନେ ପହଞ୍ଚିଲା ବେଳକୁ ଅଜଗରଟି ବ୍ୟକ୍ତିଙ୍କୁ ନିଜ ଦେହରେ ପୂରା ଗୁଡାଇ ସାରିଥିଲା। ସ୍ଥାନୀୟ ଲୋକମାନେ ଅଜଗର କବଳରୁ ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଯାଉ ଧାରୁଆ ଅସ୍ତ୍ରରେ ଅଜଗରଟିକୁ ଆକ୍ରମଣ କରି ମାରିଦେଇଥିଲେ। ଯାହା ପରେ ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଗାଁ ଲୋକେ ।

 

 

Comments are closed.