Latest Odisha News

BREAKING NEWS

ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ, ୧୧ରୁ ଅଧିକ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଲୋକନାୟକ ହସ୍ପିଟାଲର ଜରୁରୀକାଳୀନ ବିଭାଗ ମୁଖ୍ୟ ଡାକ୍ତର ରିତୁ ସକ୍ସେନା ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ଏଲଜି ଭିକେ ସକ୍ସେନା ଏକ୍ସରେ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଶୃଙ୍ଖଳା ଏବଂ ଧାଁ ଦୈଡ଼ ଯୋଗୁଁ ପ୍ରାଣହାନୀ ହୋଇଛି ଏବଂ ଆହତ ହୋଇଛନ୍ତି । ଏହା ଏକ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣା। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ଲେଜି ଗଭୀର ସମବେଦନା ଜଣାଇଛନ୍ତି।

ସେ କହିଛନ୍ତି, ମୁଁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇ ପରିସ୍ଥିତିର ସମାଧାନ କରିବାକୁ କହିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ଅଛନ୍ତି। ଘଟଣାସ୍ଥଳରେ ରହି ଉଦ୍ଧାର ବ୍ୟବସ୍ଥାର ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ଉଦ୍ଧାର କାମ ଉପରେ ନିରନ୍ତର ନଜର ରଖିଛନ୍ତି।

ନୂଆଦିଲ୍ଲୀ ଷ୍ଟେସନରେ ଘଟିଥିବା ଏହି ଘଟଣା ପରେ ରେଳବାଇ ତୁରନ୍ତ ୪ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଷ୍ଟେସନରେ ଭିଡ଼ ଏତେ ବଢିଯାଇଛି ଯେ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଖୁବଶୀଘ୍ର ଷ୍ଟେସନରେ ପହଞ୍ଚିବେ ବୋଲି ଜଣାପଡିଛି ।

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଣାୟତ ଭଳି ପରିସ୍ଥିତି ସୃଷ୍ଟି ହେବାରୁ ୧୪ ଓ ୧୫ ନମ୍ବର ପ୍ଲାଟଫର୍ମରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଷ୍ଟେସନରେ କୌଣସି ଭିଡ଼ ହୋଇନାହିଁ, କିନ୍ତୁ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଡିଏଫଏସ ମୁଖ୍ୟ ଅତୁଲ ଗର୍ଗ ସୂଚନା ଦେଇଛନ୍ତି ଯେ ଅଧିକାରୀମାନେ ତୁରନ୍ତ ଉଦ୍ଧାରକାରୀ ଦଳ ପଠାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଚାରିଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲେ। ତେବେ ଏହି ଦଳାଚକଟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରୟାଗରାଜକୁ ଟ୍ରେନ ଧରିବା ପାଇଁ ଷ୍ଟେସନରେ ଭିଡ଼ ଜମିଥିବା ଚର୍ଚ୍ଚା ହେଉଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଷ୍ଟେସନରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ମୁଁ ଖୁବ୍ ଶୀଘ୍ର ଷ୍ଟେସନରେ ପହଞ୍ଚିବି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.