Latest Odisha News

ମହାଶିବରାତ୍ରୀରେ ଏହି ୪ରାଶିଙ୍କ ଖୋଲିବ ଭାଗ୍ୟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ମହାଶିବରାତ୍ରି କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଶୁଭଦାୟକ ହେବ ।

ମେଷ- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ହୋଇଯିବ। ପ୍ରେମ ଜୀବନ ଭଲ ରହିବ । ନୂତନ ଚାକିରି ପାଇଁ ସୁଯୋଗ ଆସିପାରେ। ବ୍ୟବସାୟରେ ମଧ୍ୟ ଲାଭ ମିଳିବ।

କର୍କଟ- ବିବାହର ଯୋଗ ରହିଛି । ସ୍ବାସ୍ଥ୍ୟରେ ଉନ୍ନତି ହେବ। ପଦୋନ୍ନତି ହୋଇପାରେ । ଦୀର୍ଘ ଦିନ ଧରି ବନ୍ଦ ଥିବା କାମଗୁଡ଼ିକରେ ସଫଳ ମିଳିବ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ନୂତନ ସମ୍ପତ୍ତି କିଣି ପାରନ୍ତି। ଅଟକି ରହିଥିବା ଟଙ୍କା ପାଇବାର ସମ୍ଭାବନା ରହିଛି । ଚାକିରି ଖୋଜୁଛନ୍ତି ଯଦି ଏଥିରେ ସୁଫଳ ମିଳିବ । ବିବାହର ସମ୍ଭାବନା ରହିଛି ।

ମକର- କାର୍ଯ୍ୟରେ ସଫଳତା ମିଳିବ । ଜୀବନରୁ ସମସ୍ୟା ଦୂର ହେବ। ନୂତନ ଚାକିରି ପାଇବାର ସମ୍ଭାବନା ଅଛି। ଲଭ୍ ଲାଇଫ ଭଲ ରହିବ ।

Comments are closed.